କୃଷି ବିଲ ବିରୋଧୀ ଆନ୍ଦୋଳନ: ଦେହରେ ମାଟି ବୋଳି ପ୍ରତିବାଦ କଲେ ଚାଷୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମିକମାରଣ ନୀତି ବିଲକୁ ବିରୋଧ କରି ଆଜି କଟକ ମାହାଙ୍ଗାଠାରେ କୃଷକମାନେ ଏକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଏନେଇ ସେମାନେ ଦେହରେ ମାଟି ବୋଳି ପ୍ରତିବାଦ କରିଛନ୍ତି। କେନ୍ଦ୍ର ସରକାର ଯଦି କୃଷକ ଓ ଶ୍ରମିକ ବିରୋଧୀ ଆଇନ ପ୍ରତ୍ୟାହାର ନ କରନ୍ତି, ତେବେ ବାଧ୍ୟ ହୋଇ ଶହ ଶହ କୃଷକ ନିଜ ଦେହରେ ମାଟି ବୋଳି ପାର୍ଲାମେଣ୍ଟ ଓ ବିଧାନସଭା ଆଗରେ ପ୍ରତିବାଦ କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ଏତଦବ୍ୟତୀତ କେନ୍ଦ୍ର ସରକାର ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଘରୋଇ କମ୍ପାନୀ ହାତକୁ ଟେକି ଦେବା ଚଳିବ ନାହିଁ, ବିଜେପି ସରକାର ତୁମେ ତୁରନ୍ତ ଏହି କୃଷି ବିରୋଧୀ ଆଇନକୁ ପ୍ରତ୍ୟାହାର କର ପ୍ରଭୃତି ସ୍ଲୋଗାନ ଦେଇ ମଣିଯୋରୀଠାରେ ଆନ୍ଦୋଳନ ହୋଇଛି।