କାଲି ହେବ କୃଷକ ଓ ସରକାରଙ୍କ ନବମ ପର୍ଯ୍ୟାୟ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକ ସଂଗଠନର ପ୍ରଦର୍ଶନ ଆଜି ୫୦ ଦିନରେ ପହଞ୍ଚିଛି। କୃଷକ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରୁଥିବାବେଳେ ଇତିମଧ୍ୟରେ ନବମ ପର୍ଯ୍ୟାୟ ବୈଠକ ଲାଗି ସ୍ଥିତି ସ୍ପଷ୍ଟ ହୋଇଯାଇଛି। ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ଆସନ୍ତାକାଲି କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ।

ସୂଚନାଯୋଗ୍ୟ, କୃଷକ ଆନ୍ଦୋଳନ ଶେଷ କରିବା ପାଇଁ ସରକାର ଓ କୃଷକଙ୍କ ମଧ୍ୟରେ ଜାନୁଆରୀ ୮ରେ ହୋଇଥିବା ଅଷ୍ଟମ ପର୍ଯ୍ୟାୟ ବୈଠକରେ ସ୍ଥିର କରାଯାଇଥିଲା କି ଆଗାମୀ ବୈଠକ ୧୫ ତାରିଖରେ ହେବ। ମାତ୍ର ୧୨ ତାରିଖରେ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ଫଇସଲା ଶୁଣାଇଥିଲେ। ଏହି ଫଇସଲା ପରେ ବୈଠକ ହେବ କି ନାହିଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।