କୃଷି ଆନ୍ଦୋଳନ: ସିନ୍ଧୁ ବୋର୍ଡରରେ କୃଷକ ଓ ପୁଲିସ ମୁହାଁମୁହିଁ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ପଞ୍ଜାବ ଓ ହରିୟାଣା କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀର ସିନ୍ଧୁ ବୋର୍ଡରରେ ପ୍ରଦର୍ଶନକାରୀ କୃଷକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଲୁହବୁହା ବାଷ୍ପ ଦ୍ୱାରା ଚାଷୀଙ୍କୁ ରୋକିବାକୁ ଚେଷ୍ଟା କରୁଥିବାବେଳେ ସେମାନେ ଦିଲ୍ଲୀ ଯିବା ଜିଦରେ ଅଟଳ ରହିଛନ୍ତି।

ଅନ୍ୟପଟେ ଷ୍ଟାଡିୟମକୁ ଅସ୍ଥାୟୀ ଜେଲ ଭାବେ ପ୍ରସ୍ତୁତ କରିବାର ପୁଲିସର ଦାବିକୁ ଦିଲ୍ଲୀ ସରକାର ମନା କରି ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ କହିବାନୁସାରେ, କୃଷକଙ୍କୁ ଜେଲରେ ଭର୍ତ୍ତି କରିବା ସମାଧାନ ନୁହେଁ ଏବଂ ଆନ୍ଦୋଳନ କରିବା ସେମାନଙ୍କର ସାମ୍ବିଧାନିକ ଅଧିକାର। କୃଷକଙ୍କ ଦାବି ଯୁକ୍ତିଯୁକ୍ତ ଓ ଏହାକୁ ତୁରନ୍ତ ଗ୍ରହଣ କରିବା ଉଚିତ ବୋଲି ଦିଲ୍ଲୀର ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି।

ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୃଷକଙ୍କ ସହ ଆଲୋଚନା କରି ଦିଲ୍ଲୀ ବୋର୍ଡରରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛନ୍ତି।