ସାହାରପଡ଼ା ବିଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର ବିଡ଼ିଓ ଭାଗିରଥି ମଲ୍ଲିକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥିରେ ବ୍ଲକ୍ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଲମ୍ବୋଦର ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ୍ୟା ରମ୍ଭାବତୀ ଦେହୁରୀ, ଉପାଧ୍ୟକ୍ଷା କିରଣ ବାଳା ସିଂ, ଇଂ ସୁକେସ୍ମିତା ନାଏକ ସଭା ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ବିଡ଼ିଓ ଶ୍ରୀ ମଲ୍ଲିକଙ୍କ ଆଜି ଶେଷ କାର୍ଯ୍ୟ ଦିବସ ଥିବାବେଳେ ସ୍ଥାନୀୟ ତହସିଲଦାର ଶ୍ରୀ ଖୁଣ୍ଟିଆ ଆସନ୍ତା ୧ ତାରିଖ ଠାରୁ ବିଡ଼ିଓ ଭାବେ ଯୋଗଦେବେ।କାର୍ଯ୍ୟକ୍ରମରେ ଏବିଡିଓ କୁସୁମ ଲତା ସାହୁ, ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁ ଏପିଓ ଦୀପକ କୁମାର ବେହେରାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।