ଟ୍ରାକ୍ଟର ଧକ୍କାରେ ନାବାଳକ ଶ୍ରମିକର ମୃତ୍ୟୁ, କ୍ଷତିପୂରଣ ଦାବିରେ ବ୍ୟବଚ୍ଛେଦ ପାଇଁ ଶବ ଛାଡୁ ନାହାନ୍ତି ପରିବାର ଲୋକେ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗ୍ରାମରେ ଗତକାଲି ଅପରାହ୍ଣରେ ଟ୍ରାକ୍ଟର ଚାପାରେ ଜଣେ ନାବାଳକ ଶ୍ରମିକର ମୃତ୍ୟୁ ହୋଇଛି। ମୃତ ନାବାଳକ ଜଣଙ୍କ ହେଉଛି ଡେଣୁଆଁ ଗ୍ରାମର ଶଶୀ ମୁଣ୍ଡାଙ୍କ ପୁଅ ଭୀମ ମୁଣ୍ଡା। ଏ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଏ ସମ୍ପର୍କରେ ତୁରୁମୁଙ୍ଗା ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ ହେଁ ପରିବାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ନେବାକୁ ଦେଇନାହାନ୍ତି।

ଏହି ପରିପ୍ରେକ୍ଷୀରେ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି। ତେବେ ଦାବି ପୂରଣ ହେବାପରେ ସେ ଶବ ବ୍ୟବଚ୍ଛେଦ ପାଇଁ ନେବାକୁ ଦେବେ ବୋଲି କହିଛନ୍ତି। ଏ ନେଇ ପୁଲିସ ସେମାନଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।