ସୁନ୍ଦରଗଡର କୋଟିପତି ଏଡିଏମ୍ ଗିରଫ, ସ୍କାନରରେ ପତ୍ନୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଗିରଫ ହେଲେ ସୁନ୍ଦରଗଡର କୋଟିପତି ଏଡିଏମ ବିଶ୍ବଜିତ ମହାପାତ୍ର। ପିସି ଆକ୍ଟରେ ଗିରଫ ହେଲେ ସୁନ୍ଦରଗଡ ଏଡିଏମ୍। ଆଜି ବିଶ୍ବଜିତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ସେଲ ଟିମ। ଏହା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ।

ପତ୍ନୀଙ୍କ ନାଁରେ ସିମେଣ୍ଟ ଗୋଦାମ ସହ ବ୍ୟାଙ୍କ ଲକରରେ ୨ କୋଟିର ଡିପୋଜିଟ ରହିଛି। ଏଥି ସହ ଘରେ ୫୦୦ ଗ୍ରାମର ସୁନା, ନଗତ ସାଢେ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କ୍ୟାସ ସମେତ ୧୦ଟି ସ୍ଥାନରେ ପରଲଟ ଓ କିଛି ଫ୍ଲାଟ ରହିଥିବା ଭିଜିଲାନ୍ସ ରେଡ ବେଳେ ଜାଣିବାକୁ ପାଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଖୁବଶୀଘ୍ର ଜାରି ହେବ ସମ୍ପତ୍ତିର ତାଲିକା। କୋଟିପତି ଏଡିଏମ୍ ଆଉ ୧୭ ଦିନ ପରେ ଅବସର ନେବାକୁ ଥିବାବେଳେ ଗତ ଶୁକ୍ରବାର ଦିନ ତାଙ୍କ ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ କରିଥିଲା।