ଫାଖରଙ୍କ ୧୯୩ ରନ୍ ବେକାର, ହାରିଲା ପାକିସ୍ତାନ

ଜୋହାନ୍ନେସବର୍ଗ,ଏଜେନ୍ସି: ପାକିସ୍ତାନ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଫାଖର୍ ଜମାନଙ୍କ ୧୯୩ ରନ୍ ବ୍ୟର୍ଥ ହୋଇଛି। ୩୪୨ ରନର ପିଛା କରୁଥିବା ପାକିସ୍ତାନ ଜମାନଙ୍କ ୧୯୩ ରନ୍ ସତ୍ତେ୍ୱ ବିଜୟ ଲକ୍ଷ୍ୟରୁ ୧୭ ରନ୍ ଦୂରରେ ରହିଯାଇଛି। ଜମାନ ୧୫୫ ବଲ୍ ଖେଳି ୧୮ ଚୌକା ଓ ୧୦ ଛକା ମାରିଥିଲେ। ରନ୍ର ପିଛା କରୁଥିବା ସମୟରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର। ପ୍ରଥମେ ବ୍ୟାଟିଂ କରି ସାଉଥ ଆଫ୍ରିକା ଡି କକ୍(୮୦), ବାଭୁମା(୯୨), ଭାନ୍ ଡେର୍ ଦୁସେନ୍(୬୦) ଏବଂ ମିଲର(୫୦)ଙ୍କ ଅବଦାନରେ ୬ ୱିକେଟ୍ ହରାଇ ୩୪୧ ରନ୍ କରିଥିଲା। ପାକିସ୍ତାନ ୧୨୦ ରନରେ ୫ ୱିକେଟ ହରାଇଥିଲେ ହେଁ ଜମାନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ବିଜୟର ନିକଟତର କରାଇଥିଲେ। ଜମାନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।