ସୋସିଆଲ ମିଡ଼ିଆର ଅପବ୍ୟବହାରକାରୀଙ୍କ ବିରୋଧରେ ୫ ଟି ମାମଲା ରୁଜ୍ଜୁ ୩ ଗିରଫ

ରାଉରକେଲା : ବିଗତ କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କୁ ନେଇ ରାଉରକେଲା ପୁଲିସ ଜିଲ୍ଲାର କିଛି ବ୍ୟକ୍ତି ସୋସିଆଲ ମିଡିଆରେ ଆପତିଜନକ ମନ୍ତବ୍ୟ ଦେଇ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ନାନା ପ୍ରକାର ଇଂଗିତ କରୁଥିବା ଖବର ପାଇ ରାଉରକେଲା ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଟି ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି ବୋଲି ରାଉରକେଲା ଏସପି କେ ଶିବା ସୁବ୍ରମଣୀ ଆଜି ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ରବିବାରେ ବ୍ରାହ୍ମଣୀ ତରଂଗ ଥାନାରେ ସୁରେନ୍ଦ୍ର ସେଠି, ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଝିରିପାଣି ଥାନା ଅଂଚଳରେ ଜଣଙ୍କୁ ଧରାଯାଇଛି । ଏହା ପୂର୍ବରୁ ଛେଣ୍ଡ, ବଣେଇ, ପ୍ଲାଂଟସାଇଟ ଅଂଚଳରେ ମଧ୍ୟ ଏହିଭଳି ଲୋକଙ୍କୁ ଧରାଯାଇ ମାମଲା ରୁଜୁ କରାଯାଇଥିବା ଏସପି କହିଛନ୍ତି । ତେଣୁ ସୋସିଆଲ ମିଡିଆକୁ ବ୍ୟବହାର ଲୋକଙ୍କ ଭଲ ଲାଗି କରାଯାଉ, କିନ୍ତୁ କୌଣସି ସଂପ୍ରଦାୟ, ଗୋଷ୍ଠୀକୁ ଟାର୍ଗେଟ କରିବା, କାହାକୁ ହଇରାଣ ହରକତ କରିବା, ନିଜ ଫାଇଦା ଲାଗି ବିଭିନ୍ନ ରେକର୍ଡିଂ ପଠାଇ ବ୍ଲାକମେଲ କରିବା ଭଳି ମାମଲା ଦୃଷ୍ଟିକୁ ଆସିଲେ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବ ବୋଲି ଏସପି ଚେତାଇ ଦେଇଛନ୍ତି ।