ଜାଲ୍ ପ୍ରମାଣପତ୍ର ଦେଇ ଚାକିରି, ଶିକ୍ଷୟିତ୍ରୀଙ୍କ ନାମରେ ଏତଲା

ଫୁଲବାଣୀ,ଏନ୍ଏନ୍ଏସ୍: ଜାଲ୍ ପ୍ରମାଣପତ୍ର ଦେଇ ଶିକ୍ଷକ ପଦବି ହାତେଇଥିବା ଶିକ୍ଷୟିତ୍ରୀ ତମଳା ବେହେରାଙ୍କ ନାମରେ ଆଜି ଫୁଲବାଣୀ ଟାଉନ୍  ଥାନାରେ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଏତଲା ଦେଇଛନ୍ତି। ଏତଲା ଅନୁସାରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ତମଳା ବେହେରାକୁ ଗିରଫ କରାଯାଇନଥିବା ବେଳେ ତାଙ୍କ ଘର ଫୁଲବାଣୀ ଟାଉନଥାନା ଡ଼ାକପାଲା ଅଞ୍ଚଳରେ ବୋଲି ପୁଲିସ ସୂଚନା ଦେଇଛି।