କଳାକାରଙ୍କ ନାମରେ ଫେକ୍ ଆକାଉଣ୍ଟ କରି ଲୁଟ୍ ଅଭିଯୋଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଳାକାରଙ୍କ ନାମରେ ଫେକ୍ ଆକାଉଣ୍ଟ କରି ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିନେତା ମହାପ୍ରସାଦଙ୍କ ନାମରେ ଜଣେ କେହି ଫେକ୍ ଆକାଉଣ୍ଟ କରି ତାଙ୍କର ପ୍ରଶଂଶକମାନଙ୍କ ଟଙ୍କା ଠାରୁ ଲୁଟି ନେଉଛି। ଦର୍ଶକଙ୍କୁ ସେହି ଅପରିଚିତ ଲୋକ ନିଜର ଫୋନ୍ ପେ ନମ୍ବର ଦେଇ ଟଙ୍କା ଆଣୁଥିବା ଖବର ମିଳିବା ପରେ ମହାପ୍ରସାଦ କର ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।