ପଂଜଶୀର ଲଢ଼େଇରେ ଫହୀମ ଦସ୍ତିର ମୃତ୍ୟୁ, ତାଲିବାନ ସପକ୍ଷରେ ଓହ୍ଲାଇଲା ପାକିସ୍ତାନ

କାବୁଲ,ଏଜେନ୍ସି: ଆଫଗାନିସ୍ତାନକୁ ନିଜର ନିୟନ୍ତ୍ରଣରେ ଆଣିବା ପରେ ତାଲିବାନ ଆଗାମୀ ସରକାର ଗଢ଼ିବାକୁ ଯୋଜନା କରୁଛି। ପଂଜଶୀର ରାଜ୍ୟକୁ ଛାଡ଼ି ତାଲିବାନ ପୂରା ଆଫଗାନିସ୍ତାନକୁ ଜବରଦଖଲ କରିସାରିଛି। ପଂଜଶୀର ଲଢ଼ୁଆ ଏବଂ ବିରୋଧୀ ସମୂହ ରେସିଷ୍ଟାଣ୍ଟ ଫ୍ରଣ୍ଟ ମଧ୍ୟ ଲଢ଼େଇ ଜାରି ରହିଛି। ଘାଟିରେ ତାଲିବାନର ନେତୃତ୍ୱ ନେଇଥିବା ଅହମ୍ମଦ ମସୂଦଙ୍କୁ ବଡ଼ ଝଟକା ଲାଗିଛି। ମସୂଦର ସହଯୋଗୀ ଏବଂ ରେସିଷ୍ଟାଣ୍ଟ ଫ୍ରଣ୍ଟର ମୁଖପାତ୍ର ଫହୀମ ଦସ୍ତୀର ପଂଜଶୀର ଘାଟୀରେ ମୃତ୍ୟୁ ହୋଇଛି।

ଆଫଗାନିସ୍ତାନର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦସ୍ତିର ମୃତ୍ୟୁ ହୋଇଛି। ଘାଟିରେ ଲଢ଼େଇ ଜାରି ଥିବାବେଳେ ଦସ୍ତିର ରବିବାର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନ୍ୟାସନାଲ ରେସିଷ୍ଟାଣ୍ଟ ଫ୍ରଣ୍ଟ ଅଫ ଆଫଗାନିସ୍ତାନର ଫେସବୁକ ପେଜରେ ଦସ୍ତିର ମୃତ୍ୟୁ ନେଇ ସୂଚନା ଦିଆଯାଇଛି। ଫେସବୁକ ପେଜ ଲେଖିଛି ଯେ, ଆଜି ଆମେ ଦୁଇ ସ୍ନେହର ଭାଇ, ସାଥି ଏବଂ ଯୋଦ୍ଧାଙ୍କୁ ହରାଇଛୁ।

ଅନ୍ୟପଟରେ ପଂଜଶୀର ଘାଟିକୁ ଦଖଲ କରିବା ପାଇଁ ତାଲିବାନ ଯଥା ସମ୍ଭବ ଉଦ୍ୟମ କରୁଥିବା ବେଳେ ଏବେ ପାକିସ୍ତାନ ସହଯୋଗର ହାତ ବଢ଼ାଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନୀ ଏୟରଫୋର୍ସ ପଂଜଶୀରରେ ଡ୍ରୋନ ଆକ୍ରମଣ କରିଛି।