ଏହି କାରଣ ପାଇଁ ଡୋନାଲ୍ଟ ଟ୍ରମ୍ପଙ୍କ ପୋଷ୍ଟ ହଟାଇଲା ଫେସବୁକ

ୱାଶିଂଟନ, ଏଜେନ୍ସି: ଫେସବୁକ ପୁଣିଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ପୋଷ୍ଟକୁ ଡିଲିଟ କରି ଦେଇଛି। ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ରମ୍ପ କରୋନା ଭୂତାଣୁକୁ ହେୟଜ୍ଞାନ କରି କହିଥିଲେ ଫ୍ଲୁ ଠାରୁ କମ ଘାତକ ଏହି କରୋନା ଭାଇରସ। ପ୍ରକାଶ ଥାଉକି, କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ରମ୍ପ ହସ୍ପିଟାଲରେ ମାତ୍ର ତିନିଦିନ ଚିକିତ୍ସିତ ହୋଇଥିଲେ। ଏହାପରେ ସେ ସୋମବାରକୁ ହ୍ୱାଇଟହାଉସ ଫେରିଆସିଥିଲେ। ହେଲେ ଡାକ୍ତରୀଟିମ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖୁଛନ୍ତି। ସିଏନଏନ ରିପୋର୍ଟ ମୁତାବକ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଥିଲେ ଯେ, “ଆମେରିକା ଫ୍ଲୁ ସିଜିନ ସହ ଖାପଖୁଆଇ ବଞ୍ଚିବା ସିଖିଗଲାଣି। ସେମିତି କରୋନା ସହ ମଧ୍ୟ ବଞ୍ଚିବା ଶିଖୁଛୁ”। ଟ୍ରମ୍ପଙ୍କ ଏଭଳି ପୋଷ୍ଟକୁ ଫେସବୁକ ଡିଲିଟ କରିଦେଇଛି।