ନୂଆଦିଲ୍ଲୀ: ଋଷ ଆକ୍ରମଣ ପରେ ୟୁକ୍ରେନ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ବିଶ୍ୱର ଅନେକ ଦେଶର ବିରୋଧ ସତ୍ୱେ ଋଷ କିନ୍ତୁ ଯୁଦ୍ଧ ରୋକିବାକୁ ପ୍ରସ୍ତୁତ ନାହିଁ । ଖାସ୍ କଥାଟି ହେଲା ଋଷର କିଛି ନାଗରିକ ମଧ୍ୟ ଏହି ଯୁଦ୍ଧକୁ ବିରୋଧ କରୁଛନ୍ତି । ପ୍ରତିଦିନ ସହସ୍ରାଧିକ ଲୋକ ନିଜ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଉଛନ୍ତି ।
ଅନ୍ୟପଟେ ଋଷରେ ଆଜି ଫେସବୁକ ସମେତ ଅନେକ ୱେବସାଇଟ ଡାଉନ ହୋଇଯାଇଛି । ଫଳରେ ଲୋକଙ୍କ କ୍ରୋଧ ଆହୁରି ବଢ଼ିଯାଇଛି । ଋଷ ନାଗରିକ ରାଷ୍ଟ୍ରପତି ବ୍ଲାଦମୀର ପୁତିନ ଓ ତାଙ୍କ ନିଷ୍ପତ୍ତି ବିରୋଧରେ ସୋସିଆଲ ମିଡିଆରେ ଖୁବ୍ ପ୍ରଦର୍ଶନ କରୁଛନ୍ତି । ଏଥିସହିତ ମିଡିଆ ୱେବସାଇଟ ମଧ୍ୟ ଏହି ପ୍ରଦର୍ଶନକୁ ଭଲଭାବେ କଭର କରୁଛି । ସେଥିପାଇଁ ଏବେ ଏହି ମିଡିଆ ସାଇଟ୍ସ ବନ୍ଦ ହେବା ପଛରେ ଋଷ ସରକାରଙ୍କ ହାତ ଥିବା ନେଇ ଚର୍ଚ୍ଚା ହେଉଛି ।