ତ୍ୱଚାର ଘରୋଇ ଉପଚାର

ରୁକ୍ଷ ତ୍ୱଚା ସୌନ୍ଦର୍ଯ୍ୟ ହାନି କରିଥାଏ। ତେଣୁ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହାର ସୁରକ୍ଷା ଲାଗି ଖୁବ୍‌ ଆବଶ୍ୟକ ତେଲ। ତେବେ କେଉଁ ସବୁ ତେଲ ଏଥିପାଇଁ ବ୍ୟବହାର କରିପାରିବେ ଜାଣି ରଖନ୍ତୁ

ଆର୍ଗନ ତେଲ:  ଏହି ତେଲରେ ପ୍ରଚୁର ମାତ୍ରାରେ ଭିଟାମିନ୍‌-ଏ, ଭିଟାମିନ-ଇ, ଲିନୋଲିକ ଏସିଡ୍‌, ଓମେଗା-୬, ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ଭରି ରହିଛି। ତେଣୁ ଯେଉଁମାନଙ୍କଠାରେ ତ୍ୱଚାରେ କୁଞ୍ଚନ ବା ରିଙ୍କ୍‌ଲ ମାର୍କ, ଫାଇନ୍‌ ଲାଇନ୍ସ ଆଦି ସମସ୍ୟା ଦେଖାଦେଉଛି ସେମାନେ ଏହି ତେଲକୁ ବ୍ୟବହାର କଲେ ଉପକୃତ ହୋଇପାରିବେ। ଏହା ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ସହ ଗ୍ଲୋ ମଧ୍ୟ ବଢ଼ାଇଥାଏ। କେବଳ ଏତିକି ନୁହେଁ ଏହା ନଖକୁ ଶକ୍ତ କରିବା ସହ କେଶ ପାଇଁ ମଧ୍ୟ ବରଦାନ ସଦୃଶ।

ଆଲମଣ୍ଡ ତେଲ: ଏହି ତେଲ ଖାଇବା ନା କେବଳ ସ୍ବାସ୍ଥ୍ୟ ପାଇଁ ବରଂ ଏହାର ବ୍ୟବହାର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌-ଇ, ବି, ଏ ଥିବାରୁ ଏହା ତ୍ୱଚାକୁ ମଶ୍ଚରାଇଜ୍‌ କରିବା ସହ ଦାଗ, ଚିହ୍ନ ଆଦି ଦୂର କରି ଗୋରା କରିବାରେ ସାହାଯ୍ୟ କରିଥାଏ। ଏହା ସନ୍‌ଟ୍ୟାନ୍‌ ଏବଂ ଡାର୍କସର୍କଲ ବି ଦୂର କରିଥାଏ। କେଶକୁ ମଜ୍‌ଭୁତ୍‌ ରଖିବା ଲାଗି ଏହି ତେଲ ବ୍ୟବହାର କରିବା ଭଲ।

ଜୋଜୋବା ତେଲ: ଏଥିରେ ଥିବା ଭିଟାମିନ୍‌-ଇ, ଏ, ଆଣ୍ଟିଅକ୍ସଡାଣ୍ଟ ଏବଂ ମିନେରାଲ୍ସ ତ୍ୱଚାକୁ ପୋଷଣ ଏବଂ ସୁରକ୍ଷା ପ୍ରଦାନ କରିଥାଏ। ଏହାଦ୍ୱାରା ତ୍ୱଚା ନରମ, ମୁଲାୟମ ରହିଥାଏ। ବ୍ରଣ, ଦାଗ ଆଦି ସମସ୍ୟା ଦୂର କରି ଗ୍ଲୋ ବଢ଼ାଇଥାଏ। କେଶର ବିଭିନ୍ନ ସମସ୍ୟା ଦୂର କରିବାରେ ମଧ୍ୟ ଏହି ତେଲ ବେଶ୍‌ କାମରେ ଆସିଥାଏ।