ଝାରସୁଗୁଡ଼ା ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଫେସ ସିଲ୍ଡ ବଣ୍ଟନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋରନା ମହାମାରୀଠାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏସବିଆଇ ଲାଇଫ ଇନସ୍ୟୁରାନ୍ସ, ଝାରସୁଗୁଡ଼ା ପକ୍ଷରୁ ଫେସ ସିଲ୍ଡ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ଝାରସୁଗୁଡ଼ା ସହରସ୍ଥିତ ଦୈନିକ ପରିବା ମାର୍କେଟରେ ଦୋକାନୀ ତଥା ସାଧାରଣ ଲୋକଙ୍କୁ ୨୫୦ଟି ମାସ୍କ ପ୍ରଦାନ କରାଯାଇଛି। ଏହି ଅବସରରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସର ଡିଭିଜନାଲ ମ୍ୟାନେଜର ତାପସ କୁମାର ପ୍ରଧାନ କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ଘରୁ ବାହାରିଲେ ଫେସ ସିଲ୍ଡ, ମାସ୍କ ଆଦି ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, ଜ୍ୱର, କାଶ, ଥଣ୍ଡା ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆଦି ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି।

ଏହାସହ କରୋନାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଆଗାମୀ ଦିନରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫେସ ସିଲ୍ଡ ତଥା ମାସ୍କ, ସାନିଟାଇଜର ଆଦି ବଣ୍ଟନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ କାଜଲ ଶର୍ମା, ପିଣ୍ଟୁ ପ୍ରଧାନ, ଭବାନୀ ବାଦି, ସୁମନ୍ତ ପ୍ରଧାନ, ବିକାଶ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।