ନୂଆଦିଲ୍ଲୀ, ଏନ୍ଏନ୍ଏସ୍: ଭାରତ ଓ ଚୀନ୍ ସୀମାକୁ ଲାଗିଥିବା ସିିକିମ୍ ସେକ୍ଟରର ନାକୁଲା ପାଖରେ ଉଭୟ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟ ପକ୍ଷରୁ ଅନେକ ସୈନିକ ଆହତ ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛିି। ସୂତ୍ର ମୁତାବକ, ଆପୋଷ ବୁଝାମଣା ପରେ ମାମଲା ଥଣ୍ଡା ହୋଇଯାଇଛି। ଏମିତି ଏକ ଘଟଣା ଦୀର୍ଘ ଦିନ ପରେ ଘଟିଛି। ସୂଚନାନୁଯାୟୀ, ୨୦୧୭ରେ ଏହି ସ୍ଥାନର ନିକଟବର୍ତ୍ତୀ ସ୍ଥାନରେ ଭାରତ ଓ ଚୀନ ସୈନକଙ୍କ ମଧ୍ୟରେ ଖୁବ୍ ମାରପିଟ ହୋଇଥିଲା। ପେଟ୍ରୋଲିଂ ସମୟରେ ଭାରତୀୟ ସୈନିକଙ୍କୁ ଚୀନର ପିପୁଲସ ଲିବ୍ରେସନ ସେନାର ସୈନିକଙ୍କୁ ସାମ୍ନା କରିବାକୁ ପଡ଼ିଥିଲା।