ତ୍ୱଚା କ୍ରିମକୁ ନେଇ ହୁଅନ୍ତୁ ସତର୍କ ! ଜୀବନଚର୍ଯ୍ୟା By Nitidin Last updated Oct 18, 2020 Share ଆଜିକାଲି ବଜାରରେ ଓ ଅନଲାଇନରେ ସଂଖ୍ୟାଧିକ କମ୍ପାନୀଗୁଡ଼ିକର ଭିଡ଼ ଦେଖିବାକୁ ମିଳୁଛି। ଯୁବତୀ, ମହିଳାମାନେ ମଧ୍ୟ ବିଭିନ୍ନ ବ୍ରାଣ୍ଡର ନେଲ ପଲିସ୍, ଲିପଷ୍ଟିକ୍, ଫାଉଣ୍ଡେସନ, ହ୍ୱାଇଟେନିଂ କ୍ରିମ (ରଙ୍ଗ ଗୋରା କରୁଥିବା କ୍ରିମ) ଇତ୍ୟାଦି କିଣିବାର ସଂଖ୍ୟା ବଢ଼ିଚାଲିଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଦେଶବିଦେଶର ୨୧% ମହିଳା ହ୍ୱାଇଟେନିଂ କ୍ରିମ୍ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ସନଟ୍ୟାନ୍ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ତ୍ୱଚା ମଳିନ ପଡ଼ିଲେ ଏଇ କ୍ରିମ ତୁରନ୍ତ କାମରେ ଆସିଥାଏ। ବିଶେଷଜ୍ଞ ଦଳ ଏ ବାବଦରେ ସେମାନଙ୍କୁ ସତର୍କ କରାଇଛନ୍ତି। ନରୱେର ଗବେଷକ ଦଳ ୧,୫୦୦ ଯୁବତୀ ଓ ମହିଳାଙ୍କୁ ନେଇ ଏକ ପରୀକ୍ଷା କରିଥିଲେ। ଏମାନଙ୍କ ବୟସ ସୀମା ୨୨ ବର୍ଷରୁ ୪୫ ବର୍ଷ ମଧ୍ୟରେ ଥିଲା। ଉଭୟ କର୍ମଜୀବୀ, ଗୃହିଣୀ ଏଥିରେ ସାମିଲ ଥିବାବେଳେ ସେମାନଙ୍କ ମତ ଭିନ୍ନଭିନ୍ନ ଥିଲା। କାହାର ଯୁକ୍ତି ଥିଲା, କର୍ମଜୀବୀ ହୋଇଥିବା କାରଣରୁ ତ୍ୱଚା ରଙ୍ଗ ମଳିନ ହେଉଛି ତ’ ଅନ୍ୟକେହି କହିଥିଲେ, ଦିନର ଅଧିକାଂଶ ସମୟ ରୋଷେଇ ଘରେ ଗରମରେ ରହିବା କାରଣରୁ ତ୍ୱଚାର ରଙ୍ଗ ପ୍ରଭାବିତ ହେଉଛି। ଏହାର ସରଳ ସମାଧାନ ନିମନ୍ତେ ସେମାନେ ନାମୀ ବ୍ରାଣ୍ଡର ହ୍ୱାଇଟେନିଂ କ୍ରିମ ବ୍ୟବହାର କରୁଛନ୍ତି। ସୁନ୍ଦର ଦେଖାଯିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଯେ ଅନ୍ୟ ରୋଗକୁ ନିମନ୍ତ୍ରଣ କରୁଛି, ସେ ବାବଦରେ ମହିଳାମାନେ ଜାଣିନାହାନ୍ତି। ନିୟମିତ ଏଇ ସବୁ କ୍ରିମ୍ ତ୍ୱଚାରେ ପ୍ରୟୋଗ କରିବା ପରେ ଶରୀରର ଆଡ୍ରାନିଲ୍ ଗ୍ଲାଣ୍ଡ ପ୍ରଭାବିତ ହୋଇଥାଏ। ଏପରିକି ଏହି କ୍ରିମ୍ ଲଗାଇବାର କିଛି ଦିନ/ମାସପରେ ଜଣେ ସାମାନ୍ୟ କାମ କରି ଥକ୍କା ଅନୁଭବ କରିଥାନ୍ତି। ଏସବୁ କ୍ରିମର ବାସ୍ନା ଖୁବ୍ ଭଲ କିନ୍ତୁ ପ୍ରକୃତରେ ତାହା ତ୍ୱଚା ଓ ଶରୀରକୁ କ୍ଷତି ପହଞ୍ଚାଇଥାଏ। କ୍ରିମ ଲଗାଇବା କାରଣରୁ ତ୍ୱଚାରୁ ନିର୍ଗତ ହେଉଥିବା ପ୍ରାକୃତିକ ତୈଳ ମଧ୍ୟ ବାହାରିନଥାଏ। ବିଶେଷଜ୍ଞଙ୍କ ମତରେ ଏସବୁ ନାମୀ କମ୍ପାନୀର କ୍ରିମ ଲଗାଇବା ପରିବର୍ତ୍ତେ ବରଂ ତ୍ୱଚାର ଘରୋଇ ଉପଚାର କରିବା ଉଚିତ । Share