ସାର୍କ ଦେଶମାନଙ୍କ ବୈଠକରେ ଭାରତର ପାକିସ୍ତାନକୁ ଟାର୍ଗେଟ: ସୀମା ଆତଙ୍କବାଦ ପ୍ରମୁଖ ବିଶ୍ୱକୁ ଆହ୍ୱାନ

ନୂଆଦିଲ୍ଲୀ,ଏଜେନ୍ସି: ସାର୍କର ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସୀମାବର୍ତ୍ତୀ ଆତଙ୍କବାଦ, ସମ୍ପର୍କକୁ ଅବରୋଧ କରିବା ଏବଂ ବାଣିଜ୍ୟକୁ ବାଧା ଦେବା ହେଉଛି ତିନୋଟି ପ୍ରମୁଖ ବିଶ୍ୱସ୍ତରୀୟ ଆହ୍ୱାନ ଯାହାକୁ ସାର୍କ ଦେଶଗୁଡିକୁ ଦୂର କରିବା ପାଇଁ କଠୋର ପଦକ୍ଷେପ ନେବାକୁ ପଡ଼ିବ। ଦକ୍ଷିଣ ଏସିଆ ଅଞ୍ଚଳରେ ସ୍ଥାୟୀ ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦେଖିବାକୁ ମିଳିବ ଯେତେବେଳେ ଏହିପରି ଆହ୍ୱାନ ବନ୍ଦ ହେବ।

ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ପଡ଼ୋଶୀ ପ୍ରଥମ ନୀତି ପ୍ରତି ଭାରତର ପ୍ରତିବଦ୍ଧତା ଅକ୍ଷୁର୍ଣ୍ଣ। ଜୟଶଙ୍କର କହିଛନ୍ତି ଯେ ତେଣୁ ଭାରତ ସାର୍କ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ସାହାଯ୍ୟ କରିବାକୁ ଜିଦ୍ ଧରିଛି। ଏନେଇ ଭାରତ ଭୁଟାନକୁ ୨୦୦ ମିଲିୟନ ଡଲାର ଏବଂ ଶ୍ରୀଲଙ୍କାକୁ ୪୦୦ ମିଲିୟନ ଡଲାରର ଆର୍ଥିକ ସହାୟତା ବଢ଼ାଇଛି।

ନିକଟରେ ଭାରତ ମହାସାଗରରେ ଅବସ୍ଥିତ ଛୋଟ ବନ୍ଧୁ ମାଲଦ୍ୱୀପକୁ ଭାରତ ୧୮୪୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛି। ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଏହି ଦେଶର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ଏହି ଆର୍ଥିକ ସହାୟତା ପାଇଁ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତକୁ ଧନ୍ୟବାଦ ଜଣାଇଥିଲେ।