କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି; ଚାଳ ଛପର ଉଡ଼ିଯିବା ସହ କେନ୍ଦୁପତ୍ର ଫଡ଼ିି ନଷ୍ଟ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସନ୍ଧ୍ୟାରେ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୀପୋଷୀ, ଭାଲିଆଗୁଡ଼ି, ଛେପଲିପାଲି, ଧୂବଲୀପଥର, ରଙ୍ଗମାଟିଆ, ଗାଡ଼ପାଳ,ବିଛଣାପୁର ଓ ରିଆମାଲ ବ୍ଲକ୍‌ ଅନ୍ତର୍ଗତ ପୁଡାପଡା ସମେତ ବହୁ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବହୁ ଚାଳଛପର ଘର ସମେତ କେନ୍ଦୁପତ୍ର ଫଡି ନଷ୍ଟ ହୋଇଯାଇଥିବା ଜଣାପଡିଛି। ସେହିପରି ବିଛଣାପୁର ଗ୍ରାମରେ ବଜ୍ରାଘାତରେ ଜଣେ ଶିଶୁର ମୃତ୍ୟୁ ଘଟିଛି।

ରାସ୍ତା ଉପରେ ଗଛ ପଡି ଯାତାୟାତ ସାମୟିକ ପ୍ରଭାବିତ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ସହାୟତାରେ ରାସ୍ତା ଉପରେ ପଡ଼ିଥିବା ଗଛ କାଟି ରାସ୍ତା ସଫା କରିଥିଲେ। ସେହିପରି ଗଛ ପଡି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡିବା କାରଣରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରାବରାହ ବାଧା ପ୍ରାପ୍ତ ହୋଇଛି। ସେହିପରି ବିଭିନ୍ନ କେନ୍ଦୁ ପତ୍ର ଫଡିର ଚାଳ ଉଡି ଯିବା କାରଣରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ନଷ୍ଟ ହୋଇଥିବା ଜଣାପଡିଛି।