ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଦେଶୀଙ୍କୁ ଫାଶୀ ଆବେଦନର ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଲାଗି ହୋଇଥିବା ଆବେଦନର ଶୁଣାଣିକୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ପକ୍ଷରୁ ଏହାକୁ ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
୨୦୧୨ ଡିସେମ୍ବର ୧୬ରେ ଘଟିଥିବା ଏହି ଘଟଣା ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ସେମାନଙ୍କୁ ଶୀଘ୍ର ଫାଶୀ ଦଣ୍ଡ ଦେବା ଦାବି କରି ନିର୍ଭୟାଙ୍କ ମା’ ପଟିଆଲା ହାଉସ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଶୁକ୍ରବାର ଏହାର ଶୁଣାଣି ହୋଇଥିଲା।

କୋର୍ଟ ଶୁଣାଣି ସମୟରେ କହିଥିଲେ ଯେ, ସୁପ୍ରିମକୋର୍ଟରେ ଜଣେ ଦୋଷୀଙ୍କ ସମୀକ୍ଷା ଆବେଦନ ବିଚାରାଧୀନ ରହିଛି। ଏହା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯିବ। ସୁପ୍ରିମକୋର୍ଟ ନିଷ୍ପତ୍ତି ପରେ ରାୟ ଦିଆଯିବ। ଆସନ୍ତା ୧୭ ତାରିଖରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ। ଏହା ପରେ ୧୮ ତାରିଖ ଅପରାହ୍ଣ ୨ଟାରେ ପିଟିଆଲା ହାଉସ କୋର୍ଟରେ ଶୁଣାଣି ହେବ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି କରାଯିବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।