ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ବିସ୍ଫୋରକ ବୋଝେଇ କାର୍ ଜବତ

ମୁମ୍ବାଇ,ଏଜେନ୍ସି: ଗୁରୁବାର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ବାହାରେ ଏକ ବିସ୍ଫୋରକ ବୋଝେଇ କାର୍ ଜବତ ହୋଇଛି ବୋଲି ମୁମ୍ବାଇ ପୁଲିସ କହିଛି। ପୁଲିସ ସୂତ୍ରରୁ ପ୍ରକାଶ କାର ଟି ଅମ୍ବାନୀଙ୍କ ଘର ଆଣ୍ଟିଲା ବାହାରେ ପାର୍କିଂ କରିଥିଲାବେଳେ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡକୁ ଡକାଯାଇଥିଲା। ଏହି କାରରୁ କେତେକ ଜିଲାଟିନ୍ ଛଡ଼ ମିଳିଛି। ମୁମ୍ବାଇ ଯୁଗ୍ମ ପୁଲିସ କମିଶନର୍ ଭି ଏନ୍ ପାଟିଲ୍ କହିଛନ୍ତି, କାରରେ ଡୁପ୍ଲିକେଟ୍ ନମ୍ବର ଲାଗିଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ କରିବା ପାଇଁ କ୍ରାଇମବ୍ରାଞ୍ଚ ପୁଲିସକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରି କହିଛନ୍ତି, ଏ ସମ୍ପର୍କରେ ଅନୁସନ୍ଧାନ କରାଗଲେ ସବିଶେଷ ତଥ୍ୟ ଜଣାପଡ଼ିବ।