ପ୍ରାଣୀ ଚିକିତ୍ସାଳୟରେ ଔଷଧ ଏକ୍ସପାରୀ ଘଟଣାର ତଦନ୍ତ ଆରମ୍ଭ, ସିଡିଭିଓଙ୍କୁ ଦାୟୀ କଲେ ସହକାରୀ ନିର୍ଦ୍ଦେଶକ

ଦେବଗଡ଼,ଏନ୍ଏନ୍ଏସ୍ଦେବଗଡ଼ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ଯୋଗାଇ  ଦିଆଯାଉଥିବା ଔଷଧଗୁଡ଼ିକୁ ଜିଲ୍ଲାର ପଶୁପାଳକମାନଙ୍କୁ ମାଗଣାରେ ଯୋଗାଇବା ପରିବର୍ତ୍ତେ ଅର୍ଥ ଦାବି କରିବା ଓ ଜ଼ିଲ୍ଲାର ପ୍ରାଣୀ  ସମ୍ପଦ ଗୁଡିକୁ ଟିକାକରଣ ନକରିବା ଫଳରେ ଗଚ୍ଛିତ ଔଷଧ ବ୍ୟବହାର ଉପଯୋଗୀ ନହୋଇ ନଷ୍ଟ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଉଛି। ଏ ନେଇ ବିଭିନ୍ନ ସମୟରେ ଗୋପାଳକମାନେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏହାର ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବହୁ ଗୋଚାଷୀ ଏ ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଶୁକ୍ରବାର ବିଭାଗୀୟ ତଦନ୍ତ ପାଇଁ ପ୍ରାଣୀ ଧନ ବିଭାଗର ସହକାରୀ ନିର୍ଦ୍ଦେଶକ ଡ. ଗୌତମଦେ ଦେବଗଡ଼ ପହଞ୍ଚି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟାଳୟରେ ପଚରାଉଚୁରା କରିବା ସହ ଜିଲ୍ଲା ପ୍ରାଣୀ ଚିକିତ୍ସାକେନ୍ଦ୍ରକୁଆସି ଔଷଧ ଯାଞ୍ଚ କରିବାସହ ଚିକିତ୍ସାଳୟର ଭିତ୍ତିଭୂମିର ସ୍ଥିତି ନିରୀକ୍ଷଣ କରିଥିଲେ।

ଅନ୍ୟପଟେ ପ୍ରାଣୀଚିକିତ୍ସାଳୟରେ ଔଷଧ ନଷ୍ଟ ହେବା ସମ୍ପର୍କରେ ଜିଲ୍ଲା ପ୍ରାଣୀଚିକିତ୍ସାଳୟର ଡାକ୍ତର ତଥା ଜିଲ୍ଲା ପ୍ରଣୀଚିକିତ୍ସାଳୟ ସହକାରୀ ନିର୍ଦ୍ଦେଶକ ଡାକ୍ତର ପୁରୁଷୋତ୍ତମ  ପ୍ରଧାନଙ୍କ ମତାମତ ଲୋଡ଼ିବାରୁ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସକ ଡ. ରବିନାରାୟଣ ବେହେରା ତାଙ୍କୁ ବଦନାମ କରିବା ପାଇଁ ଏଭଳିଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିବା ସହ ଶ୍ରୀ ବେହେରା କରିଥିବା ଦୁର୍ନୀତି ସମ୍ପର୍କରେ ସେ ଭିଜିଲାନ୍ସକୁ ସୂଚନା ଦେବେବୋଲିପ୍ରକାଶ କରିଛନ୍ତି।