ପାଟଣାରେ ଅବକାରୀ ଚଢ଼ଉ, ୬ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରାଯାଇଛି। ସଦର ଅବକାରୀ ଇନ୍ସପେକ୍ଟର ନିମାଇଁ ଚରଣ ସିଂଙ୍କ ତତ୍ତ୍ୱାବଧାନରେ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ ତାଣ୍ଡି ସଦଳବଳେ ତୁରୁମୁଙ୍ଗା, ହାତୀବାରୀ, କୁଆପଶି, କଣ୍ଟିଆପଡ଼ା, ବୁଢ଼ାଖମଣ, ଖୁଣ୍ଟାପଡ଼ା, ସିଲିପଦା, ତଣ୍ଡ ଆଦି ଗ୍ରାମରେ ଚଢ଼ଉ କରିଥିଲେ।

ଏହି ପରିପ୍ରେକ୍ଷୀରେ କୁଆପଶି ଗ୍ରାମର ଧୁବୁଲି ମହାନ୍ତ, କଣ୍ଟିଆପଡ଼ା ଗ୍ରାମର କଲରାଟାଙ୍ଗର ସାହିର ରେବତୀ ନାୟକ ଓ ମୋହନ ନାୟକ, ହାତୀବାରୀର ଅରବିନ୍ଦ ଗିରି ଓ ତୁରୁମୁଙ୍ଗାର ଗିରିଧାରୀ ସାହୁଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩୪ ଲିଟର ମହୁଲି ମଦ, ୩ ଲିଟର ବିଦେଶୀ ମଦ ଜବତ କରାଯାଇଛି। କୋର୍ଟ ଚାଲାଣ ପୂର୍ବରୁ ସମସ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା।