ଫୁଲବାଣୀ ଅବକାରୀ ବିଭାଗ ସାଧନା ଛକ ନିକଟରେ ଚଢ଼ଉ କରି ପ୍ରାୟ ୧ କ୍ୱିଣ୍ଟାଲ୍ ୨୫ କେଜିର ଗଞ୍ଜେଇ ସହିତ ଏକ ବୋଲେରୋ ଗାଡ଼ି ଜବତ କରିଛି । ଫଳରେ ୩ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ଫିରିଙ୍ଗିଆ ଅଞ୍ଚଳର ରଞ୍ଜନ ଦିଗାଲ, ଶରତ କଂହର ଓ ବାଲିଗୁଡା ଅଂଚଳର ସୌମ୍ୟରଞ୍ଜନ ପ୍ରଧାନ ।
ମିଳିଥିବା ରିପୋର୍ଟ ମୁତାବକ, ଆଜି ମଧ୍ୟାହ୍ନରେ ଫୁଲବାଣୀ ଜିଲ୍ଲାର ଫିରିଙ୍ଗିଆ ଅଂଚଳରୁ ବୋଲେରୋ ଗାଡ଼ିରେ ଗଞ୍ଜେଇ ଯାଉଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା । ଖବର ପାଇବା କ୍ଷଣି ସାଧନା ଛକ ନିକଟରେ ଚଢ଼ଉ କରି ଗଞ୍ଜେଇ ଜବତ କରିଥିଲା ।