ଓଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ, ରମେଶ ଚନ୍ଦ୍ର ପଣ୍ଡାଙ୍କୁ ବୌଦ୍ଧ ଡେପୁଟି କଲେକ୍ଟର ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟର ଦୁଇ ଜଣ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ବୌଦ୍ଧର ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ରେମୁଣାର ଏକ୍ସ-ତହସିଲଦାର ଚାର୍ଲସ୍ ନାୟକଙ୍କୁ ତିହିଡ଼ି ତହସିଲଦାର ଭାବେ ଦାୟିତ୍ୱ ଦିଆଯାଇଛି। ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।