ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ବାଲେଶ୍ୱର ପିଡି ଡିଆରଡିଏ ରାମଚନ୍ଦ୍ର ଜେନାଙ୍କୁ ଦେବଗଡ଼ ପିଡି ଡିଆରଡିଏ, ରବୀନ୍ଦ୍ର କୁମାର ସାହୁଙ୍କୁ ବାଲେଶ୍ୱର ପିଡି ଡିଆରଡିଏ ଭାବେ ଏବଂ ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ଗଜପତି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ବଦଳି ସହ ମହେନ୍ଦ୍ରଗଡ଼ସ୍ଥିତ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ପଦ୍ମନାଭ ବେହେରାଙ୍କୁ ଗଞ୍ଜାମ ଜିଲ୍ଲାର କୋଭିଡ ମୁକାବିଲା ଦାୟିତ୍ୱରୁ କାଢ଼ି ରେଢାଖୋଲ ସବଡିଭିଜିନାଲ ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି। ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସମ୍ବଲପୁର ଆରଟିଓ, ଲଳିତ ମୋହନ ବେହେରାଙ୍କୁ ଆଠମଲ୍ଲିକ ସବ କଲେକ୍ଟର, ନିହାର ରଞ୍ଜନ କଅଁରଙ୍କୁ କନ୍ଧମାଳ ସବକଲେକ୍ଟର, ସରୋଜ କୁମାର ଦତ୍ତଙ୍କୁ ଆନନ୍ଦପୁର ସବକଲେକ୍ଟର ଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି କରାଯାଇଛି। ସେହିଭଳି ଓଏଏସ ଅନାମ ଚରଣ ପାତ୍ରଙ୍କ ଜୁଲାଇ ୨୪ ଓ ରଞ୍ଜିତ ପରିଡ଼ାଙ୍କ ଜୁଲାଇ ୨୬ତାରିଖର ବଦଳି ନିର୍ଦ୍ଦେଶକୁ ବାତିଲ କରାଯାଇଛି।