ତାଜମହଲ ଓ ଆଗ୍ରା ଦୁର୍ଗକୁ ଛାଡ଼ି ଖୋଲିବ ଆଗ୍ରାର ଅନ୍ୟ ସମସ୍ତ ଦର୍ଶନୀୟ ସ୍ଥାନ

ଅଯୋଧ୍ୟା,ଏଜେନ୍ସି: ତାଜମହଲ ଏବଂ ଆଗ୍ରା ଦୁର୍ଗକୁ ଛାଡ଼ି ସେପ୍ଟେମ୍ବର ପହିଲାରୁ ଉତ୍ତରପ୍ରଦେଶ ଆଗ୍ରା ଜିଲ୍ଲାର ସମସ୍ତ ଦର୍ଶନୀୟ ସ୍ଥାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍-୧୯ ସ୍ଥିତିକୁ ନଜରରେ ରଖି ତାଜମହଲ ଏବଂ ଆଗ୍ରା ଦୁର୍ଗ ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୧ରୁ ସାପ୍ତାହିକ ବନ୍ଦ (ଶନିବାର ଓ ରବିବାର) ଛଡ଼ା ଅନ୍ୟ ସମସ୍ତ ଦିନ ଆଗ୍ରାର ଐତିହାସିକ ସ୍ଥାନ ସବୁ ଖୋଲାରହିବ। ତେବେ ସ୍ଥାନଗୁଡ଼ିକ ପରିଦର୍ଶନ ସମୟରେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରଖିବା ଅନିବାର୍ଯ୍ୟ ବୋଲି ଆଗ୍ରା ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।