ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଦିଆଗଲା ୨୦୧୪ ଏକ୍ସ ରେଗୁଲାର ପ୍ରଶ୍ନପତ୍ର

  • କଟକ: ଏବେ ଚାଲିଛି ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ପରୀକ୍ଷା ଦେଉଛନ୍ତି। ତେବେ ଆଜି କଟକ ବୋର୍ଡ ହାଇସ୍କୁଲ୍ରେ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା। ଏଠାରେ ରେଗୁଲାର ପିଲାଙ୍କୁ ଦିଆଯାଇଥିଲା ୨୦୧୪ର ଏକ୍ସରେଗୁଲାର ପ୍ରଶ୍ନପତ୍ର। ପରେ ସେମାନଙ୍କୁ ନୂଆ ପ୍ରଶ୍ନପତ୍ର ଦିଆଯାଇଥିଲା। ରେଗୁଲାର ପରୀକ୍ଷାର୍ଥୀ ଏକ୍ସ-ରେଗୁଲାର ବିଷୟରେ ଓ ଏକ୍ସ-ରେଗୁଲାର ପରିକ୍ଷାର୍ଥୀ ରେଗୁଲାର ଓଲଟ ପାଲଟ ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଥିବା ଅଭିଯୋଗ ସାମ୍ମାକୁ ଆସିଥିଲା। ୨୦ରୁ ଊର୍ଦ୍ଧ୍ୱ ପରିକ୍ଷାର୍ଥୀ ଭୁଲ୍ ପ୍ରଶ୍ନରେ ପରୀକ୍ଷା ଦେଇଛନ୍ତି। ପୂର୍ବ ନିର୍ଦ୍ଦାରିତ ସମୟ ଅନୁସାରେ ଦିନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଆଜି ଥିଲା ସାଧାରଣ ବିଜ୍ଞାନ ବିଷୟ। ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଅବଜେକ୍ଟିଭ ପ୍ରଶ୍ନପତ୍ର ପାଇଥିଲେ ପରିକ୍ଷାର୍ଥୀ। ପ୍ରଶ୍ନ ତ୍ରୁଟିଥିବା ଜାଣିବା ପରେ ପ୍ରଶ୍ନପତ୍ର ମୁଖ୍ୟ ପେପରରେ ଏକ୍ସ-ରେଗୁଲାର ଲେଖାଯାଇଥିବା ଦେଖିବାକୁ ପାଇଥିଲେ ଛାତ୍ରଛାତ୍ରୀ। ସେପଟେ ଅଭିଭାବକମାନେ ପ୍ରଶ୍ନପତ୍ର ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି। ଏସବୁ ଭିତରେ ସମ୍ପୃକ୍ତ ବୋର୍ଡ ହାଇସ୍କୁଲ ପ୍ରଧାନଶିକ୍ଷକ ନିଜର ଭୁଲକୁ ସ୍ୱୀକାର କରିଥିବାବେଳେ ୨୦ ଜଣ ପରିକ୍ଷାର୍ଥୀଙ୍କ କ୍ଷେତ୍ରରେ ପ୍ରଶ୍ନପତ୍ର ଅଦଳବଦଳ ହୋଇଥିବା କଥାକୁ ମାନିଛନ୍ତି।