ପୂର୍ବତନ ବିଧାୟକ ଲାକା ଲଚ୍ଛମାୟାଙ୍କ ବିୟୋଗ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରିର ପୂର୍ବତନ ବିଧାୟକ ଲାକା ଲଚ୍ଛମାୟାଙ୍କ ଆଜି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନରେ ମୃତ୍ୟୃ ହୋଇଯାଇଛି। ଶ୍ରୀ ଲଚ୍ଛମାୟା ପୂର୍ବରୁ ବିଭିନ୍ନ ରୋଗରେ ପିଡିତ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପଡିଆ ଡାକ୍ତରଖାନା ଓ ଆଜି ମାଲକାନଗିରି ଚିକିତ୍ସାଳୟକୁ ଅଣାଯାଇଥିଲା।

ଚିକିତ୍ସା ଅବସ୍ଥା ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ଖବର ଶୁଣି ତାଙ୍କର ଶେଷ ଦର୍ଶନ ପାଇଁ କଂଗ୍ରେସ ସଭାପତି ଗୋବିନ୍ଦପାତ୍ର , କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ , ମାଲକାନଗିରି ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି , ବିଧାୟକ ଆଦିତ୍ୟ ମାଢି , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି , ପୂର୍ବତନ ଉପ ବାଚସ୍ପତି ପ୍ରହଲ୍ଲାଦ ଦୋରା ଶୋକ ବ୍ୟକ୍ତ କରିଛନ୍ତି। ଆସନ୍ତା କାଲି ତାଙ୍କର ଜନ୍ମ ସ୍ଥାନ ପଡିଆ ଠାରେ ତାଙ୍କର ଶେଷ କୃତି ସମ୍ପର୍ଣ୍ଣ ହେବ। ତାଙ୍କର ବଡ ଭାଇ ପୂର୍ବରୁ ଜନତା ଦଳରେ ମାଲକାନଗିରି ବିଧାୟକ ଥିବା ବେଳେ ୧୯୮୦ ମସିହାରେ ବିଧାୟକ ଭାବେ କଂଗ୍ରେସ ଦଳରୁ ଲାକା ଲଚ୍ଛମାୟା ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ।