ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ

ବରଗଡ଼,ଏନ୍‌ଏନ୍‌ଏସ୍‌: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟିଲି ବିଧାନସଭାର ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ ଘଟିଛି। ଆଜି ସକାଳ ୫ଟା ସମୟରେ ଅତାବିରାସ୍ଥିତ ବାସଭବନରେ ଶ୍ରୀ ବେହେରା ପ୍ରାଣ ହରାଇଛନ୍ତି । ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବାବେଳେ ବୁର୍ଲାର ଏକ ଘରୋଇ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିଲେ । ମୁତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।

ସୂଚନାଯୋଗ୍ୟ, ୧୯୯୦ରେ କୁମର ବେହେରା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ସେ ଜନତା ଦଳରୁ ଟିକଟ ପାଇ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ ଏବଂ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ଶ୍ରୀ ବେହେରା ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ । ଅନ୍ତିମ ସଂସାର ଜନ୍ମମାଟି ଅତାବିରା ବ୍ଲକ ହିର୍ଲୀପାଲିରେ କରାଯିବ ବୋଲି ସୂଚନା ମିଳିଛି ।