ନୂଆଦିଲ୍ଲୀ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫ୍ଲୋରିୟୋ ଆଜି ଟିଏମସିରେ ଯୋଗ ଦେଇଛନ୍ତି। ଏହି ସମୟରେ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ଉପସ୍ଥିତ ଥିଲେ। ଟିଏମସିରେ ସାମିଲ ହେବା ପୂର୍ବରୁ ଫ୍ଲୋରିୟୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ।
ଟିଏମସିରେ ସାମିଲ ହେବା ପରେ ଫ୍ଲୋରିୟୋ କହିଛନ୍ତି ଯେ, ଟିଏମସିରେ ସାମିଲ ହେବା ପରେ ପୁରା କଂଗ୍ରେସ ପରିବାରକୁ ସାଥୀରେ ଆଣିବାର ଇଚ୍ଛା ରହିଛି। ବିଜେପି ଓ ବିଭାଜନକାରୀ ନୀତି, ଘୃଣା ଓ ପ୍ରତିଶୋଧ ସଂସ୍କୃତିକୁ ହରାଇବା ହେଉଛି ମୋର ଟିଏମସି ଯୋଗ ଦେବା ପଛର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ସମ୍ପୂର୍ଣ୍ଣ ରୂପେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି।
ସୂଚନାଯୋଗ୍ୟ, ଲୁଇଜିହ୍ନୋ ଫ୍ଲୋରିୟୋ ଗତକାଲି କୋଲକାତାରେ ପହଂଚିଥିଲେ। ଫ୍ଲୋରିୟୋଙ୍କ ସହ ଗୋଆର ଅନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।