ବିଜେପି ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍ ଜବତ, ୪ ନିର୍ବାଚନୀ ଅଧିକାରୀ ନିଲମ୍ବିତ

ଗୌହାଟି,ଏଜେନ୍ସି: ଆସାମରେ ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ମତଦାନ ହୋଇଥିଲା। ଏହି ମଧ୍ୟରେ ଆଜି ବିଜେପିର ଏକ ପ୍ରାର୍ଥୀଙ୍କ ଗାଡ଼ିରୁ ଇଭିଏମ୍ ମେସିନ ଜବତ ହୋଇଛି। ଏହି ଘଟଣାରେ ନିର୍ବାଚନୀ ଆୟୋଗ ପକ୍ଷରୁ ୪ ଜଣ ନିର୍ବାଚନୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ଏଆଇୟୁଡ଼ିଏଫ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାର କଡ଼ା ତଦନ୍ତ ପାଇଁ କଂଗ୍ରେସ ଓ ଏଆଇୟୁଡିଏଫ୍ ପକ୍ଷରୁ ଦାବି ହୋଇଛି।