କଟକ,ଏନ୍ଏନ୍ଏସ୍ : କଟକ ଏସସିବି ମେଡିକାଲର ଉନ୍ନତିକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ମଙ୍ଗଳବାର ମେଡିକାଲ ଚତୁଃପାର୍ଶ୍ଵରୁ ଉଚ୍ଛେଦ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ଯୋବ୍ରା ମାଛ ମାର୍କେଟର ଉଚ୍ଛେଦ ଚାଲିଛି । ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ୬ଟି ଜେସିବି ସହାୟତାରେ ଦୋକାନଗୁଡ଼ିକୁ ଭଙ୍ଗାଯାଉଛି । ବିସ୍ଥାପିତ ହେବାକୁ ଥିବା ବ୍ୟବସାୟୀମାନଙ୍କୁ ସରକାରୀ ନିୟମ ଅନୁସାରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।