ପଞ୍ଜାବରେ ସମସ୍ତଙ୍କୁ ମାଗଣା ଚିକିତ୍ସା : କେଜ୍ରିୱାଲ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅନେକ ବଡ଼ ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ଭଳି ପଞ୍ଜାବରେ ମଧ୍ୟ ସଭିଙ୍କୁ ମାଗଣା ଓ ଭଲ ଚିକିତ୍ସା ପ୍ରଦାନ କରାଯିବ। ପଞ୍ଜାବ ଜନତାଙ୍କୁ ହେଲଥ କାର୍ଡ ମଧ୍ୟ ଦିଆଯିବ। ଏଥିସହିତ ଯଦି ଆମ ସରକାର ପଞ୍ଜାବରେ ଶାସନକୁ ଆସେ ତେବେ ସମସ୍ତ ସରକାରୀ ହସ୍ପିଟାଲକୁ ଏୟାର କଣ୍ଡୀସନ କରାଯିବ। ବଡ଼ ସ୍ତରରେ ନୂଆ ସରକାରୀ ହସ୍ପିଟାଲ ଖୋଲାଯିବ।
ସୂଚନାଯୋଗ୍ୟ, ପଞ୍ଜାବରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ସମୟ ଆସିଲେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଘୋଷଣା କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।