ୟୁରୋପ ହିଁ କରୋନା ସଂକ୍ରମଣର କେନ୍ଦ୍ରବିନ୍ଦୁ : ଡବ୍ଲ୍ୟୁଏଚଓ

ଜେନେଭା : କରୋନା ଭୂତାଣୁ ସାରା ବିଶ୍ୱକୁ ବ୍ୟାପୀବାରେ ୟୁରୋପ ମୁଖ୍ୟତଃ ଏହାର କେନ୍ଦ୍ରବିନ୍ଦୁ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କହିଛି । ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରସ୍‍ ଅଧନମ୍‍ ଘେବ୍ରିୟେସ୍‍ କହିଛନ୍ତି ଏହି ଭୂତାଣୁ ସଂକ୍ରମଣ କେତେବେଳେ ଚରମ ପର୍ଯ୍ୟାୟରେ ପହଞ୍ଚିବ ତାହା କହିବା ସମ୍ଭବ ନୁହେଁ । ଚୀନ୍‍ ବ୍ୟତୀତ ସବୁଠାରୁ ଅଧିକ ସଂକ୍ରମଣର ଖବର ୟୁରୋପରୁ ଆସୁଥିବା ସେ କହିଛନ୍ତି । ସେହିପରି ୟୁରୋପରୁ ହିଁ ଅଧିକ ସଂଖ୍ୟକ ଲୋକ ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଡିସେମ୍ବର ମାସରେ ଚୀନରେ ଦେଖାଦେଇଥିବା ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ୫ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ଓ ସମଗ୍ର ବିଶ୍ୱରୁ ୧ଲକ୍ଷ ୩୪ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି । ଡବ୍ଲ୍ୟୁଏଚଓ ମୁଖ୍ୟ କହିଛନ୍ତି ଭୂତାଣୁ ସଂକ୍ରମଣ ଯୋଗୁଁ ୫ହଜାରରୁ ଅଧିକ ଲୋକ ପ୍ରାଣ ହରାଇବା ଏକ ଦୁଃଖଦପୂର୍ଣ୍ଣ ଘଟଣା ।