ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା

ଭୁବନେଶ୍ବର,ଏନ୍ଏନ୍ଏସ୍: ଚଳିତ ବର୍ଷ ରଥାରୂଢ ପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତ ମନ ଭରି ଦେଖିପାରିବେନି। ଅର୍ଥାତ ବିନା ଭକ୍ତରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଗୁରୁବାର ଭୁବନେଶ୍ୱର ବିଡିଏରେ ରୁକୁଣା ରଥଯାତ୍ରା ନେଇ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଲିଙ୍ଗରାଜ ମନ୍ଦିର ମୁଖ୍ୟ କାର୍ଯ୍ୟନିର୍ବାହୀ, ବିଭିନ୍ନ ସେବାୟତ ସଙ୍ଘ, ଅତିରିକ୍ତ ଜିଲ୍ଲାପାଳ ଏହି ବୈଠକରେ ସାମିଲ ହୋଇଥିଲେ। ତେବେ ସବୁଠୁ ବଡ କଥା ହେଉଛି ଚଳିତ ବର୍ଷ କୋଭିଡ ସଂକ୍ରମଣ ଭୁବନେଶ୍ୱରରେ ଦ୍ରୁତ ଗତିରେ ବ୍ୟାପୁ ଥିବାରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି।

ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିବ ନାହିଁ। ଭକ୍ତ ରଥ ଟାଣିପାରିବେନି। କେବଳ ପୁଲିସ ଓ ସେବାୟତ ରଥ ଯାତ୍ରାରେ ରଥ ଭିଡ଼ିବେ। ନିଷ୍ପତ୍ତି ଅନୁଯାୟୀ ଅଳ୍ପସଂଖ୍ୟକ ସେବାୟତ ରଥ ଉପରେ ରହିବେ। କମରୁ କମ ସଂଖ୍ୟକ ସେବାୟତ ଓ ପୋଲିସ ରଥଭିଡା କାର୍ଯ୍ୟରେ ଲାଗିବେ।