ଓଡ଼ିଶାର ଏହି ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଇଏସଆଇ ମେଡିକାଲ : ସନ୍ତୋଷ ଗଙ୍ଗୱାର

ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜ୍ୟରେ ଇଏସଆଇ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା କରିବାର କୌଣସି ଯୋଜନା ନାହିଁ । ସୁପ୍ରିମକୋର୍ଟର ଅଙ୍କୁଶ ଥିବାରୁ ଏହା କରାଯାଇପାରି ନାହିଁ ବୋଲି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଠାରେ ଆରମ୍ଭ ହୋଇଥିବା ପୂର୍ବାଂଚଳ ରାଜ୍ୟ ମାନଙ୍କର ଶ୍ରମ ବିଭାଗ ଅଧିକାରୀମାନଙ୍କ ବୈଠକରେ ଯୋଗଦେବା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଆମେ କେବଳ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ କାର୍ୟ୍ୟ କରିବୁ । ତେବେ ଓଡିଶାର ଶ୍ରମ ମନ୍ତ୍ରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି । ଯୋଗ୍ୟତା ପୂରଣ କରି ପ୍ରସ୍ତାବ ଦେଲେ ତା ଉପରେ ବିଚାର କରାଯାଇପାରେ । ତେବେ ସବୁ ଜିଲ୍ଲାରେ ଇଏସଆଇ ହସ୍ପିଟାଲ କରିବାକୁ କେନ୍ଦ୍ର ସରକାରଙ୍କର ଯୋଜନା ରହିଛି । କେନ୍ଦ୍ର ଓ ରାଜ୍ୟ ସମନ୍ୱୟରେ ଶ୍ରମିକମାନଙ୍କ ବିକାଶ କରାଯାଇପାରିବ । ୨୦ ହଜାର ଶ୍ରମିକଙ୍କ ପାଇଁ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ । ପାରାଦ୍ୱୀପ ,ବ୍ରହ୍ମପୁର , ବାଲେଶ୍ୱର , ଜୟପୁର , ଭୁବନେଶ୍ୱର ଠାରେ ମେଡିକାଲ କରାଯିବ ।