ପରଫ୍ୟୁମ୍ ଦ୍ୱାରା ହେଉଛି ବାୟୁ ପ୍ରଦୂଷଣ! 

ଆମେ ଆମ ଦୈନନ୍ଦିନ ଜୀବନରେ ପରଫ୍ୟୁମ୍ହେୟାର୍‌ ସ୍ପ୍ରେ ଏବଂ ରିଫ୍ରେସର ବ୍ୟବହାର କରିଥାଉ। ତେବେ ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ ପରଫ୍ୟୁମ୍ହେୟାର୍‌ ସ୍ପ୍ରେ ଏବଂ ରିଫ୍ରେସିଂ ପ୍ରସାଧନ ସାମଗ୍ରୀ ଦ୍ୱାରା ବାୟୁ ପ୍ରଦୂଷଣ ହୋଇଥାଏ। ଆପଣ ଆଉ ଗୋଟିଏ କଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗାଡ଼ିମୋଟର, ଶିଳ୍ପସଂସ୍ଥା ଏବଂ ଘରେ ବ୍ୟବହୃତ ହେଉଥିବା ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଠାରୁ ଏହି ପ୍ରସାଧନ ସାମଗ୍ରୀଗୁଡ଼ିକ ଅଧିକ ମାତ୍ରାରେ ବାୟୁ ପ୍ରଦୂଷଣ କରୁଥିବା ଗବେଷଣାରୁ ଜଣାଯାଇଛି।

ଏହି ପ୍ରସାଧନ ସାମଗ୍ରୀଗୁଡ଼ିକରଆଲ୍‍କହଲ, କାର୍ବନ ଡାଇଅକ୍ସାଇଡ୍, ହାଇଡ୍ରୋକାର୍ବନ ଭଳି ରାସାୟନିକ ପଦାର୍ଥ ପ୍ରଚୁର ମାତ୍ରାରେ ରହିଥାଏ। ଏହା ବାୟୁମଣ୍ଡଳରେ  ଥିବା ସଲଫରଯବକ୍ଷାରଜାନ ଓ ଅମ୍ଳଜାନ ସହ ପ୍ରତିକ୍ରିୟା କରି ବାୟୁମଣ୍ଡଳର ପ୍ରଦୂଷଣ କରେ ବୋଲି ଗବେଷଣାର ରିପୋର୍ଟରେ  ଉଲ୍ଲେଖ କରାଯାଇଛି।