ଦେବଗଡ଼,ଏନ୍ଏନ୍ଏସ୍: ଦିନକ ପରେ ପୌର ନିର୍ବାଚନ ପ୍ରଚାର ଅବଧି ସାରିବାକୁ ଥିବା ବେଳେ ଆଜି ଦେବଗଡ଼ ପୌରାଞ୍ଚଳରେ ରାଜନୈତିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଚାରରେ ସାରା ସହର ଉତ୍ସବ ମୁଖର ହୋଇଉଠିଛି। ତେବେ ୧୧ ୱାର୍ଡ ବିଶିଷ୍ଠ ଦେବଗଡ଼ ପୌର ପରିଷଦରେ କଂଗ୍ରେସ, ବିଜେପି ଓ ବିଜେଡି ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଛିଡା କରାଇଥିବା ବେଳେ ଏକ ମାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଧର୍ମେନ୍ଦ୍ର କୁମାର ଦେବତା ୬ ନମ୍ବର ୱାର୍ଡରୁ ନିର୍ବାଚନ ଲଢୁଛନ୍ତି।
ଧର୍ମେନ୍ଦ୍ର ପୂର୍ବରୁ ୨ ନମ୍ବର ଓ ୯ ନମ୍ବର ୱାର୍ଡରେ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ପୌର ନିର୍ବାଚନରେ ଧର୍ମେନ୍ଦ୍ର ୬ ନମ୍ବର ୱାର୍ଡରେ କାଉଁସିଲର ଭାବେ ନିର୍ବାଚନ ମଇଦାନକୁ ଓଲ୍ଲାହିଛନ୍ତି। ଆଦିବାସୀ ଓ ହରିଜନ ବହୁଳ ୬ ନମ୍ବର ୱାର୍ଡରେ ସଫେଇ କର୍ମଚାରୀଙ୍କ ମୌଳିକ ସମସ୍ୟା ସମାଧାନ ସହ ରାସ୍ତା, ବିଜୁଳି, ପାଣି ଓ ଘରଡ଼ିହ ପଟ୍ଟା ଆଦିର ସମସ୍ୟାକୁ ସମାଧାନ କରିବାକୁ ମୁଦ୍ଦା କରି ଧର୍ମେନ୍ଦ୍ର ନିର୍ବାଚନ ଲଢ଼ୁଥିବା ବେଳେ ଆଜି ପ୍ରଚାର ଅବସରରେ ସ୍ଵେଛାକୃତ ଭାବେ ୱାର୍ଡର ୯୦ ପ୍ରତିଶତ ଭୋଟର ଧର୍ମେନ୍ଦ୍ରଙ୍କ ପ୍ରଚାର ପାଇଁ ୱାର୍ଡ ସାରା ପରିକ୍ରମା କରି ଧର୍ମେନ୍ଦ୍ରଙ୍କ ସପକ୍ଷରେ ଘରକୁ ଘର ବୁଲିବା ସହ ପଦଯାତ୍ରାରେ ୱାର୍ଡ ପରିକ୍ରମା କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି।