ସାଇକେଲିଂର ମଜା ନେଉଛନ୍ତି, ସଲମାନ, ଜ୍ୟାକଲିନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପନୱେଲସ୍ଥିତ ଫାର୍ମ ହାଉସ ଆଖପାଖରେ ସାଇକେଲ ଚଳାଇ ମଜା ନେଉଛନ୍ତି ବଲିଉଡ ଷ୍ଟାର ସଲମାନ ଖାନ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ। ଜ୍ୟାକଲିନ ସଲମାନଙ୍କର ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ସେଠାକୁ ଯାଇଥିଲେ। ଏହା ପରେ ପରେ ଲକ୍ଡାଉନ ଘୋଷିତ ହେଲା ଓ ଗତ ଅଢ଼େଇ ମାସ ହେଲା ସେ ସେଇଠି ଅଛନ୍ତି। ନିକଟରେ ସଲମାନ ଓ ଜ୍ୟାକଲିନ ଫାର୍ମ ହାଉସ ଆଖପାଖରେ ସାଇକେଲ ଚଳାଇ ବୁଲୁଥିବା ଭିଡିଓ ଭାଇରାଲ ହୋଇଛି। ଏ ଭିଡିଓ ତାଙ୍କର ଫ୍ୟାନପେଜ୍ରେ ସେୟାର କରାଯାଇଛି। ଏହା ପୂର୍ବରୁ ଲକଡାଉନ କାରଣରୁ ମିଳିଥିବା ଖାଲି ସମୟର ସଦୁପଯୋଗ କରିବାକୁ ଯାଇ ଏକ ଗୀତ ‘ତେରେ ବିନା….’ ମଧ୍ୟ ସୁଟିଂ କରିଥିଲେ। ଏ ଗୀତ ସଲମାନ ନିଜେ ଗାଇବା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଗୀତର ସମ୍ପୂର୍ଣ୍ଣ ସୁଟିଂ ସଲମାନଙ୍କ ଫାର୍ମ ହାଉସରେ ହୋଇଥିଲା। ସଲମାନ ତିନି ଜଣଙ୍କ ସହାୟତାରେ ଚାରି ଦିନରେ ଏ ଗୀତ ସୁଟିଂ କରିଥିଲେ। ‘ଏହା ଏକ ଶସ୍ତା ନିର୍ଦ୍ଦେଶନା ଥିଲା, ଯେଉଁଥିରେ ମେକଅପ ଆର୍ଟିଷ୍ଟ କିମ୍ବା ହେୟାର ଷ୍ଟାଇଲିଷ୍ଟଙ୍କର ମଧ୍ୟ ଆବଶ୍ୟକତା ପଡ଼ିନଥିଲା ବୋଲି କହିଥିଲେ ସଲମାନ।