ଭାରତ ଆସିଲେ କ୍ୱାରେଣ୍ଟାଇନ ହେବ ଇଂଲଣ୍ଡ ଟିମ୍: ଅଭ୍ୟାସ ଲାଗି ମିଳିବ ୩ ଦିନ

ନୂଆଦିଲ୍ଲୀ: ନିକଟରେ ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆରେ ବୋର୍ଡର-ଗାଭାସ୍କର ଟ୍ରଫି ଜିତି ଭାରତ ଫେରିଛି। ଆଉ ଆସନ୍ତା ମାସ ଭାରତୀୟ କ୍ରିକେଟ ଟିମ୍ ଇଂଲଣ୍ଡ ବିରୋଧରେ ମ୍ୟାଚ୍ ଆୟୋଜନ କରିବ। ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ଇଂଲଣ୍ଡ ଟିମକୁ ଅଭ୍ୟାସ କରିବା ପାଇଁ ମାତ୍ର ୩ ଦିନ ମିଳିବ।

କରୋନା ସମୟରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ସିରିଜ ଜିତି ଭାରତ ଫେରିଥିବା ଇଂଲଣ୍ଡ ଟିମକୁ ୬ ଦିନ ଲାଗି କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ସେଥିପାଇଁ ଫେବୃୟାରୀ ୫ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ ପୂବରୁ ଇଂଲଣ୍ଡ ଟିମକୁ ଅଭ୍ୟାସ କରିବା ପାଇଁ ମାତ୍ର ୩ଦିନ ସମୟ ମିଳିବ। ଭାରତୀୟ ଟିମର ଖେଳାଳି ଜାନୁଆରୀ ୨୭ରେ ଚେନ୍ନାଇ ପହଞ୍ଚିବେ।

ସୂଚନାଯୋଗ୍ୟ, ଇଂଲଣ୍ଡ କ୍ରିକେଟ ଟିମର ୩ ଖେଳାଳି ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଓ ରୋରୀ ବୋର୍ନ୍ସ ଭାରତ ପହଞ୍ଚି ସାରିଛନ୍ତି। ସେଥିପାଇଁ କ୍ୱାରେଣ୍ଟାଇନ ସମୟ ପୁରା କରିବା ପରେ ସେମାନଙ୍କୁ ଅଭ୍ୟାସ ଲାଗି ୫ ଦିନ ମିଳିବ। ଏହି ୩ ଖେଳାଳିଙ୍କ ଚୟନ ଶ୍ରୀଲଙ୍କା ଗସ୍ତ ଲାଗି ହୋଇନଥବାରୁ ଏମାନେ ନିଜ ଦେଶରୁ ସିଧାସଳଖ ଭାରତ ପହଞ୍ଚିଛନ୍ତି। ଅନ୍ୟପଟେ ବାକି ଖେଳାଳି ଶ୍ରୀଲଙ୍କାରୁ ଭାରତ ପହଞ୍ଚିବେ।