ଇଞ୍ଜିିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କୁ ମାରିଦେଲେ

ରାଉରକେଲା,ଏନ୍ଏନ୍ଏସ: ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଫେରୋସ୍କ୍ରାପ ନିଗମ ଲିମିଟେଡ଼ (ଏଫଏସଏନଏଲ)ର ସହାୟକ ମ୍ୟାନେଜର ଇଂ ଜେ ଗଣେଶ କୁମାର ଜଣେ ଠିକା ଶ୍ରମିକଙ୍କ ଲୁହାରଡ଼ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି। ଟାଙ୍ଗରପଲ୍ଲୀ ଥାନା ପୁଲିସ ଉକ୍ତ ଠିକା ଶ୍ରମିକଙ୍କୁ ଗିରଫ କରି ପଚରାଉଚୁରା ଚଳାଇଛି।

ସୂଚନା ଅନୁଯାୟୀ,ଏଫଏସଏନଏଲରେ ଲାଠିକଟା ବ୍ଲକ କଏଁସରର ଠିକା ଶ୍ରମିକ ଅନୀଲ ଲୋହାର କାର୍ଯ୍ୟ କରନ୍ତି। ରବିବାର ଗଣେଶ କୁମାରଙ୍କ ସହ କୌଣସି କଥାକୁ ନେଇ ଅନୀଲଙ୍କର ଯୁକ୍ତିତର୍କ ହୋଇଥିଲା। ପାଖରେ ପଡ଼ିଥିବା ଏକ (ଟାୟାର ଲିଭର )ରଡ଼ ଦ୍ୱାରା ଅନୀଲ ଗଣେଶଙ୍କୁ ଆକ୍ରମଣ କରିଥିଲେ। ଫଳରେ ଗଣେଶଙ୍କ ପଛମୁଣ୍ଡରେ ଜୋରରେ ଆଘାତ ହୋଇଥିଲା ଓ ଘଟଣାସ୍ଥଳରେ ସେ ପଡ଼ିଯାଇ ବାନ୍ତି କରିଥିଲେ। ତାଙ୍କୁ ତୁରନ୍ତ ଆଇଜିଏଚ୍ କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ଅନୀଲଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି। ରବିବାର ଇଞ୍ଜିନିୟର୍ସ ଡେ ପାଳନ ବେଳେ ଏପରି ଘଟଣା ଇଞ୍ଜିନିୟର ମହଲରେ ଶୋକର ଛାୟା ଖେଳିଯାଇଛି।