ଗଞ୍ଜାମରେ ପୁଣି ଏନକାଉଣ୍ଟର

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମରେ ଶନିବାର ଭୋରରେ ପୁଣି ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ଅପରାଧୀ ସୁଶାନ୍ତ ବେହେରା ଆହତ ହୋଇଛି । ଗୁଳିଟି ତା’ର ବାମ ଆଣ୍ଠୁରେ ଲାଗିଛି । ଆହତ ଅବସ୍ଥାରେ ତାକୁ ପ୍ରଥମେ ଛତ୍ରପୁର ହସ୍ପିଟାଲ ଏବଂ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଜୟଶ୍ରୀ କେମିକାଲ୍‌ସରୋଡ୍‌ରେ ଶନିବାର ଭୋର୍‌ ୪ଟା ୨୦ରେ ପୁଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀ ଗୋଷାଣୀ ନୂଆଗାଁର ରାଜୀବ ନଗରର ସୁଶାନ୍ତର ମୁହାଁମୁହିଁ ହୋଇଥିଲା। ଏହି ସମୟରେ ସୁଶାନ୍ତ ପ୍ରଥମେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା। ଏଥିରେ ଜଣେ ପୁଲିସକନଷ୍ଟେବଳ ଆହତ ହୋଇଛନ୍ତି। ତେବେ ପାଲଟା ଗୁଳି ବିନିମୟରେ ପୁଲିସ ସୁଶାନ୍ତଙ୍କ ଗୋଡ଼କୁ ଗୁଳି ମାରିଥିଲା। ଏଥିରେ ସୁଶାନ୍ତ  ଆହତ ହୋଇଥିଲା। ସେହିପରି ପୂର୍ବରୁ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ପାଇଁ ସୁଶାନ୍ତ ଓ୍ଵାଣ୍ଟେଡ ଥିଲାବେଳେ ନିକଟରେ ଗଞ୍ଜାମସାନବଜାରରେ ହୋଇଥିବା ସାଂସଦ ପ୍ରତିନିଧି ସୁଧୀର ପାଢ଼ୀଙ୍କୁ ବୋମାମାଡ଼ ଘଟଣାରେ ତା’ର ସମ୍ପୃକ୍ତି ଥିଲା। ଏହି ପରିପ୍ରେକ୍ଷୀରେ ସୁଶାନ୍ତ ନିକଟରୁ ଗୋଟିଏ ମାଉଜର, ଦୁଇଟି ଗୁଳି, ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ବାଇକ୍‌ ଜବତ ହୋଇଛି।