ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି,ଏନ୍ଏନ୍ଏସ୍: ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଲକାନଗିରି ତେଲେଙ୍ଗାନା ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଘଟିଛି ଏନକାଣ୍ଟର। ପୁଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି। ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଖବର ଅନୁଯାୟୀ, ଚେରଲା ଥାନା ଅନ୍ତର୍ଗତ କୁର୍ଣାପାଲି ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୁଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା। ବର୍ତ୍ତମାନ ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ବଡ ଧରଣର ହିଂସା କାଣ୍ଡ ଘଟାଇବା ଲାଗି ଯୋଜନା କରୁଥିଲେ ମାଓବାଦୀ। ଖବରପାଇ ଗ୍ରେହାଉଣ୍ଡ ବାହିନୀର ଜବାନମାନେ ଆଜି ସକାଳେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଉଭୟ ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଘଟଣାସ୍ଥଳରୁ ପଳାୟନ କରିଥିବା ଜଣାପଡିଛି। ପରେ ସର୍ଚ୍ଚ ଅପରେସନ ବେଳେ ଜଣେ ପୁରୁଷ ମାଓବାଦୀଙ୍କ ସହ ଏକ କିଟ ବେଗ୍ ଓ ଗୋଟିଏ ବନ୍ଧୁକ ଜବତ କରିଥିଲେ ଜବାନ। ମୃତ ମାଓବାଦୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ବୋଲି କହିଛନ୍ତି ଭଣ୍ଡାରି କୋତ୍ତାଗୂଡେମ ଏସପି ସୁନିଲ ଦତ୍ତ।