ଝାରସୁଗୁଡା ଜିଲ୍ଲା ଗାନ୍ଧୀଛକ ଟୋଲ ଗେଟରେ କର୍ମଚାରୀଙ୍କ ଦାଦାଗିରି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆସନ୍ତା ୧ତାରିଖରୁ ସ୍ଥାନୀୟ ଲୋକଙ୍କଠୁ ଟ୍ୟାକ୍ସ ଆଦାୟକୁ ବିରୋଧ କରି ଆଜି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ଥାନୀୟ ଲୋକେ ଟୋଲ ଗେଟ ସହ ଏନ୍ଏଚ୍-୪୯କୁ ମଧ୍ୟ ଅବରୋଧ କରିଛନ୍ତି। ଏଥିରେ କେବଳ ଭାରୀ ମୋଟର ଜାନକୁ ଅଟକ ରଖାଯାଇଛି। ତେବେ ସେଠାରୁ ସମ୍ପୂର୍ଣ୍ଣ ଟୋଲ ଗେଟ ଉଚ୍ଛେଦ କରିବା ପାଇଁ ଦାବି ହୋଇଛି।

ପ୍ରକାଶ ଯୋଗ୍ୟ ଯେ, ଗୋଟେ ମାସ ପୂର୍ବରୁ ଟୋଲଗେଟ କାର୍ୟ୍ୟକ୍ଷମ ହେଲା ସମୟରେ ସ୍ଥାନୀୟ ଲୋକଙ୍କ ଠାରୁ ଟ୍ୟାକ୍ସ ନ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଟୋଲ କର୍ମଚାରୀ ଜିଲ୍ଲପାଲଙ୍କ ନିର୍ଦ୍ଦେଶକୁ ଅବମାନନା କରି ୧ତାରିଖରୁ ଟୋଲ ଟ୍ୟାକ୍ସ ଆଦାୟ ପାଇଁ ପଦକ୍ଷେପ ନେବା ସହ ସ୍ଥାନୀୟ ଲୋକଙ୍କୁ ଟ୍ୟାକ୍ସ ଭରିବା ପାଇଁ ଧମକ ଦେଉଛନ୍ତି।

ସେହିପରି ଗତକାଲି ଟୋଲ ଟ୍ୟାକ୍ସ ଆଦାୟ କରିବା ସମୟରେ ବୁଡିପଦର ନିବାସୀ ପ୍ରକାଶ ସାହୁଙ୍କୁ ଟୋଲ କର୍ମଚାରୀମାନେ ମାଡ ମାରିଥିଲେ। ଫଳରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଶୁକ୍ରବାର ସକାଳୁ ଆନ୍ଦୋଳନକୁ ଓଲ୍ଲହାଇ ନିର୍ମଳଙ୍କୁ ମାଡ଼ ମାରିଥିବାରୁ ଟୋଲ କର୍ମଚାରୀମାନଙ୍କ କ୍ଷମା ପ୍ରାର୍ଥନା ଓ ସ୍ଥାନୀୟ ଟୋଲ ଟ୍ୟାକ୍ସ ଆଦାୟ ବନ୍ଦ କରିବା ପାଇଁ ଦାବି କରିଛନ୍ତି।