ବିଖ୍ୟାତ ପରିବେଶବିତ୍ ନାଦିଆ ଚାନ୍ଦ କାନୁନଗୋଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ବିଖ୍ୟାତ ପରିବେଶବିତ୍ ନାଦିଆ ଚାନ୍ଦ କାନୁନଗୋଙ୍କ ଶୁକ୍ରବାର ତାଙ୍କ ନିଳାଦ୍ରୀ ବିହାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ହୋଇଥିଲା। ସୂଚନା ଅନୁସାରେ ସେ ବୁଧବାର ଠାରୁ ରୋଗାଗ୍ରସ୍ତ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ଣରେ ତାଙ୍କର ପରଲୋକ ଘଟିଛି। ତେବେ ପୁରୀର ସ୍ୱର୍ଗଦ୍ୱାରରେ ତାଙ୍କର ଶେଷାକୃତ୍ୟ ସମ୍ପର୍ଣ୍ଣ କରାଯିବ।

ସୂଚନା ଅନୁସାରେ ସ୍ୱର୍ଗତ କାନୁନଗୋ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଅଞ୍ଚଳର। ସେ ପ୍ରଥମେ ଭାରତୀୟ ଫରେଷ୍ଟ ସର୍ଭିସ(ଆଇଏଫ୍ଏସ୍)ରେ ଯୋଗଦେଇ ଡିଏଫଓ ଭାବେ ଅବସର ନେଇଥିଲେ। ସେ ଜଣେ ପ୍ରକୃତ ପ୍ରେମୀ ଏବଂ ବନ୍ୟଜୀବ ବିଶେଷଜ୍ଞ ଥିଲେ। ସେ ଲେଖିଥିବା ପରିବେଶ ଓ ବନ୍ୟଜୀବଙ୍କୁ ନେଇ ଅନେକ ଅନୁଚ୍ଛେଦ ଇଂରାଜୀ ଓ ଓଡ଼ିଆ ଦୈନିକରେ ପ୍ରକାଶ ପାଇଛି।

ତେବେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।