ନୂଆଦିଲ୍ଲୀ,ଏଜେନ୍ସି: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ରେପୋ ହାରକୁ ୪.୪ ପ୍ରତିଶତକୁ ହ୍ରାସ କରିବା ସହିତ ଆଗାମୀ ୩ ମାସ ପର୍ଯ୍ୟନ୍ତ ଇଏମଆଇକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଦେଶରେ ସମସ୍ତ କମ୍ପାନୀ ବନ୍ଦ ରହିଥିବା ବେଳେ ବହୁ ଲୋକ ରୋଜଗାର ହରାଇ ବସିଛନ୍ତି। ତେଣୁ ବର୍ତ୍ତମାନ ସମସ୍ତଙ୍କ ନିକଟରେ ଆର୍ଥିକ ପରସ୍ଥିତି ଭଲ ନଥିବା ଜଣାଯାଇଛି।
ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ଇଏମଆଇ ଦେୟକୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିବା ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ମାର୍ଚ୍ଚ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଏମଆଇ ଦେୟକୁ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ବର୍ତ୍ତମାନ ଆରବିଆଇ ଗଭର୍ଣ୍ଣର ଏହାକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି। ଏହା ଜୁନରୁ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏଥିସହ ଶ୍ରୀ ଦାସ ଋଣ ଭାରକୁ କମାଇବା ପାଇଁ ଇଏମଆଇରେ ହ୍ରାସ କରାଯିବା ନେଇ ସୂଚନା ଦେଇଛନ୍ତି। ଏଥିରେ ଇଏମଆଇ ଶସ୍ତା ହୋଇପାରେ ବୋଲି ଜଣାପଡ଼ିଛି।