ଚେନ୍ନାଇରୁ କୋଲକତା ଯାଉଥିବା ସ୍ପାଇସ ଜେଟରର ଭୁବନେଶ୍ୱରରେ ଜରୁରୀକାଳୀନ ଅବତରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜରୁରୀକାଳୀନ ସ୍ଥିତି ଯୋଗୁଁ ଚେନ୍ନାଇରୁ କୋଲ୍‌କାତା ଯାଉଥିବା ସ୍ପାଇସ୍‌ ଜେଟଟି ଭୁବନେଶ୍ୱରରେ ଅବତରଣ କରିଥିଲା। ସୂଚନାକ୍ରମେ କୌଣସି କାରଣରୁ ବିମାନରେ ଥିବା ଏକ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଉକ୍ତ ବିମାନଟିକୁ ଅବତରଣ କରିବାକୁ ପଡ଼ିଥିଲା। ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କୁ ଚିକିତ୍ସାପାଇଁ ଏକ ଘରୋଇ ହସ୍ପିଟାଲକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।