ସମୁଦ୍ରକୂଳକୁ ଝୁରୁଛନ୍ତି ଇଲିଆନା

କରୋନା ଭୂତାଣୁ କାରଣରୁ ଦେଶରେ କାର୍ଯ୍ୟକାରୀ ହେଉଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ। ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କ ଭଳି ଫିଲ୍ମ ସେଲିବ୍ରିଟି ମଧ୍ୟ ଘରେ ସମୟ ବିତାଉଛନ୍ତି। ଲକଡାଉନରେ ସମୁଦ୍ରକୂଳକୁ ଖୁବ ଝୁରୁଛନ୍ତି ବଲିଉଡ ସୁନ୍ଦରୀ ଇଲିଆନା ଡିକ୍ରୁଜ। ସେ ସେ କେବଳ ସମୁଦ୍ରକୂଳକୁ ମିସ କରୁଛନ୍ତି ତାହା ନୁହେଁ, ଏକଦା ସମୁଦ୍ରକୂଳରେ ଦୋଳିରେ ଝୁଲୁଥିବାବେଳର ଫଟୋ ସେୟାର କରିଛନ୍ତି ସୋସିଆଲ ମିଡିଆରେ। ଫଟୋରେ ଇଲିଆନାଙ୍କ ଷ୍ଟାଇଲ ଓ ଅନ୍ଦାଜ ଦେଖିବା ଭଳି ହୋଇଛି। ଇଲିଆନାଙ୍କ ଏ ଫଟୋଟି ଖୁବ ଭାଇରାଲ ହେଉଛି ସାମାଜିକ ଗଣମାଧ୍ୟମରେ।

ଫଟୋକୁ ଲାଇକ କରିବା ସହ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି ଇଲିଆନାଙ୍କ ପ୍ରଶଂସକ। ହ୍ୱାଇଟ ଆଉଟଫିଟରେ ଥିବା ଇଲିଆନାଙ୍କ ଏ ଫଟୋଟିକୁ ଇତିମଧ୍ୟରେ ୫ ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି। ଫଟୋଟି ସେୟାର କରିବା ସହ ଇଲିଆନା ଲେଖିଛନ୍ତି – ‘ସମୁଦ୍ରକୁ ମୁଁ ଖୁବ ମନେପକାଉଛି।’ ହିନ୍ଦୀ ଫିଲ୍ମ ସହିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ବେଶ୍ ପ୍ରଶଂସା ଅର୍ଜନ କରିଛନ୍ତି ଇଲିଆନା।