ହାତୀପଲ ପଶିଲେ, ଫସଲକୁ ଦଳିଲେ

ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୟୂରଭଞ୍ଜ କରଞ୍ଜିଆ ରେଞ୍ଜରେ ଆଜି ସକାଳେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ଗାଁରେ ପଶି ହାତୀମାନେ ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗିଛନ୍ତି। ହାତୀପଲରେ ପ୍ରାୟ ୫୪ଟି ହାତୀ ରହିଛନ୍ତି। ଫଳରେ ସ୍ଥାନୀୟଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପୂର୍ବରୁ ମଧ୍ୟ ହାତୀପଲ ସେହି ଅଞ୍ଚଳରେ ଅନେକ କ୍ଷୟକ୍ଷତି କରିଥିବାରୁ ବାରମ୍ବାର ବନ ବିଭାଗକୁ ଅଭିଯୋଗ କରୁଥିଲେ ମଧ୍ୟ ସେପରି କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଥିବା ସୂଚନା ମିଳିଛି।